ଲକ୍ଷପତି ଦିଦିଙ୍କୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମୈଦାନ ସଭାରେ ସମ୍ମାନ ଗ୍ରହଣ କରିବାକୁ ଆସିଥିବା ଝାରସୁଗୁଡ଼ାର ଲକ୍ଷପତି ଦିଦି ଲୁସା ଗଣିକ୍ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ମୁଣ୍ଡିଆ ମାରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ମୁଣ୍ଡ ନୁଆଁଇ ପ୍ରତି ନମସ୍କାର ଜଣାଇଥିଲେ । ଖାଲି ସେତିକି ନୁହେଁ, ତାଙ୍କୁ ପୁରସ୍କୃତ କରିବା ପରେ ତାଙ୍କ ସହ ଷ୍ଟେଜ୍ ଉପରେ ହିଁ କିଛି ସମୟ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଲୁସା ଗଣିକ ଝାରସୁଗୁଡ଼ା ଲଖନପୁର କୁମ୍ଭାରବାଙ୍ଗ ପଞ୍ଚାୟତର ବାସିନ୍ଦା । ସେ କୁକୁଡ଼ା ପାଳନ ଏବଂ କୃଷି ଦ୍ବାରା ବାର୍ଷିକ ୧୨ ଲକ୍ଷ ୫୫ ହଜାର ଆୟ କରି ମହା ଲକ୍ଷପତି ଦିଦି ଭାବେ ପୁରସ୍କୃତ ହୋଇଛନ୍ତି । ସେହିପରି ସଞ୍ଜୁ ସ୍ବାଇଁ ନାମକ ରଘୁରାଜପୁରର ଜଣେ ଲକ୍ଷପତି ଦିଦି, ପ୍ରଧାନମନ୍ତ୍ରୀଙ୍କୁ ଏକ ପଟ୍ଟଚିତ୍ର ଉପହାର ଦେଇଥିଲେ ।
Published By: Santosh Kumar Sahoo
Last updated: 20 June 2025, 10:05 PM IST
ଜନତା ମୈଦାନରୁ ବିମାନ ବନ୍ଦର ଯାଉଥିବା ସମୟରେ ସେହି ରାସ୍ତାରେ ହଠାତ୍ ଏକ ଆମ୍ବୁଲାନ୍ସ ଆସିଥିଲା । ଆଉ ସେହି ଆମ୍ବୁଲାନ୍ସକୁ ଦେଖିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍କୁ ଆମ୍ବୁଲାନ୍ସକୁ ଯିବା ପାଇଁ ବାଟ ଛାଡ଼ିଥିଲେ ।