ଶୁଣିଲେ ତ, କିଏ ଓ କାହିଁକି...ରାସନକାର୍ଡ ପାଇବେ ନାହିଁ, ତା’ ତଥ୍ୟ ଦେଉଥିଲେ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ । ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଯାଇଛି । ଏବେ କାର୍ଯ୍ୟାନୁଷ୍ଠାନ ହେବ । ଦେଖନ୍ତୁ, କାର୍ଡ ହାତେଇ ଚାଉଳ ଚଳୁ କରୁଥିବା ମ୍ୟାଡମ ଅଧ୍ୟକ୍ଷାଙ୍କ ସୋସିଆଲ ଷ୍ଟାଟସ । ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଇଏ ହେଉଛି ତାର ଦଲିଲ । ଟିଟିଲାଗଡ ସହରରେ ନିର୍ମାଣ ହେଉଥିବା ଏ ଆଲିଶାନ କୋଠା ଉପରେ ବି ଟିକେ ନଜର ପକାନ୍ତୁ । ଖାଲି ଏ ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି । ସରକାରୀ ଦରମା କହିଲେ ମିଳୁଛି ୧୫ ହଜାର । ହେଲେ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସ୍ପଷ୍ଟ ଉତ୍ତର, ନିୟମ ଅନୁଯାୟୀ, ପ୍ରଥମେ ବଜାର ମୂଲ୍ୟରେ ଦଶ ପ୍ରତିଶତ ସୁଧ ସହିତ ନେଇଥିବା ଚାଉଳ ଆଦାୟ କରାଯିବ । ଦ୍ବିତୀୟରେ ଅପରାଧିକ ମାମଲା ରୁଜୁ କରାଯିବ । ତୃତୀୟରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ଏ କଥା ଶୁଣି ମ୍ୟାଡମ ବି ଭୁଲ ମାନିଛନ୍ତି ।
Published By: Namita Biswal
Last updated: 31 March 2025, 11:28 AM IST
ଦୀଘା ଦାରୁ ଦିଅଁ ବିବାଦରେ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୋଧରେ କଣ ହେବ ଆକ୍ସନ୍ ? ମହାପ୍ରଭୁଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତି କରିବା ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରାଯାଇଛି। ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନମିଳିଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି।