ଅନର୍ଗଳ ପଢ଼ାଇ ଚାଲିଛନ୍ତି ଗଣିତ, ବତାଇ ଚାଲୁଛନ୍ତି ଇଂରାଜୀ ବାକ୍ୟ ଗଠନର ଫର୍ମୁଲା । ସାହିତ୍ୟ ହେଉ କି ବିଜ୍ଞାନ, ସବୁ ବିଷୟ ପଢ଼ାଇ ମଜବୁତ କରାଉଛନ୍ତି ପିଲାଙ୍କୁ । କିଏ ଅଷ୍ଟମ ତ ଆଉ କିଏ ନବମ-ଦଶମ ପିଲା ଅଛନ୍ତି । ସେମାନଙ୍କ ପାଠ୍ୟ ଖସଡ଼ା ଅନୁଯାୟୀ, ବୁଝାଇ ଦେଉଛନ୍ତି ଗୋଟିଏ ପରେ ଗୋଟିଏ ବିଷୟକୁ । ଭଦ୍ରକ ବାସୁଦେବପୁର ବ୍ଲକ ଲୁଙ୍ଗ ପଞ୍ଚାୟତ ନୂଆସାହିର ଭାସ୍କର ମଲ୍ଲିକ । ବୟସ ପାଖାପାଖି ୭୦ ହେଲାଣି। ଜାଣି ଆଶ୍ଚର୍ଯ୍ୟ ହେବେ ଦୄଷ୍ଟିଶକ୍ତି ନଥାଇ ବି ପିଲାଙ୍କୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । କେତେବେଳେ ଗପ ଓ କାହାଣୀ ଶୁଣାଇ ତ ଆଉ କେତେବେଳେ ଗୀତ ଗାଇ ପିଲାଙ୍କୁ ବୁଝାଇ ଦେଉଛନ୍ତି ଜଟିଳ ପାଠ ।
Published By: Satyendu Shekher Mishra
Last updated: 05 September 2024, 11:07 PM IST
ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।