କାଠ ନୁହେଁ ସ୍ବର୍ଗଦ୍ବାରରେ ଗୋବର ଘଷିରେ ହେବ ଶବ ଦାହ । ଧୀରେ ଧୀରେ ରାଜ୍ୟର ଅନ୍ୟ ଶ୍ମଶାନରେ ବି ଲାଗୁ ହେବ ଏ ବ୍ୟବସ୍ଥା । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ଏମିତିକି ଏ ଦିଗରେ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି- ଏହା ଦ୍ୱାରା ଗଛ ବଞ୍ଚିବ, ପରିବେଶ ସୁରକ୍ଷା ହେବ, ଦାହ ଖର୍ଚ୍ଚ କମିବା ସହ ସହ ଗୋପାଳନ ଓ ଗୋସୁରକ୍ଷା ପ୍ରତି ଉତ୍ସାହ ବଢ଼ିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଗୋଶାଳା ଗୁଡିକକୁ ଗୋବରରୁ ଗୋବର କାଠ ତିଆରି ମେସିନ ଯୋଗାଇ ଦିଆଯିବ । ତେବେ ଏ ବ୍ୟବସ୍ଥା କିଭଳି ଗ୍ରହଣୀୟ ହେବ ସେ ନେଇ ଖୁବଶୀଘ୍ର ପୁରୀ ସ୍ୱର୍ଗଦ୍ୱାର ପରିଚାଳନା କମିଟି ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ଗୋଶାଳାମାନଙ୍କ ସହ ଆଲୋଚନା କରାଯିବ ।
Published By: Satyendu Shekher Mishra
Last updated: 29 October 2024, 10:23 PM IST
ଏବେ ବି ଆଖି ଆଗରେ ନାଚୁଛି ମୃତ୍ୟୁ । ମାତ୍ର ୫ ଫୁଟ୍ ଦୂରରେ ଥିବା ଆତଙ୍କୀଠୁ ବର୍ତ୍ତି ଘରକୁ ଫେରିବା ପରେ ପହଲଗାମ୍ ଅନୁଭୂତି ବଖାଣିଲେ କଟକର ଭୋଳ ପରିବାର । ୪ ସଦସ୍ୟଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ବେଳେ, ବଞ୍ଚିଥିବା ଯାଏଁ ଆଉ କାଶ୍ମୀର ଯିବୁନି ବୋଲି କହିଛନ୍ତି ସେମାନେ। ସେପଟେ ଅନ୍ୟ ପ୍ରତ୍ୟକ୍ଷଦର୍ଶୀ ବି ବଖାଣିଛନ୍ତି ସେଦିନର ଲୋମଟାଙ୍କୁରା କାହାଣୀ। ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଜଣେ ମହିଳାଙ୍କୁ କିଭଳି ସିନ୍ଥିରୁ ସିନ୍ଦୁର ପୋଛିବା ଯାଏଁ କଥା ଯାଇଥିଲା, ଦେଖନ୍ତୁ ଏହି ରିପୋର୍ଟରେ ।