Advertisment

ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ

ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ । କାର୍ଡ ରିଡରରେ ଅଠା ଲଗାଇ ଅଚଳ କରିଦିଆଯାଉଛି ମେସିନ୍ । ଗୋଟିଏ କି ଦୁଇଟା ନୁହେଁ, ଗତ ଦୁଇ ମାସରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 40ରୁ ଅଧିକ ଏଟିଏମର ଅଚଳ ସ୍ଥିତି । ଜଙ୍କିଆଠୁ ନେଇ ନିରାକାରପୁର, ଟାଙ୍ଗୀଠୁ ନେଇ ନାଚୁଣୀ, ବାଲୁଗାଁ । ସବୁ ଏଟିଏମର ସମାନ ଅବସ୍ଥା ।

author-image
Santosh Kumar Sahoo

ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ । କାର୍ଡ ରିଡରରେ ଅଠା ଲଗାଇ ଅଚଳ କରିଦିଆଯାଉଛି ମେସିନ୍ । ଖୋର୍ଦ୍ଧା ଜିଲ୍ଲାରେ ବିଗତ 2-3 ମାସ ଧରି ବିଭିନ୍ନ ବ୍ୟାଙ୍କର ଏଟିଏମ୍ ସବୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଅଚଳ ହେବାକୁ ନେଇ ଟେନସନରେ ଗ୍ରାହକ, ଟେନସନରେ ଏଟିଏମ୍ ବସାଇଥିବା କଂପାନି । ଜିଲ୍ଲାର ପ୍ରାୟ 40ରୁ ଅଧିକ ଏଟିଏମ୍କୁ ନିର୍ଦ୍ଦିଷ୍ଟ ଦିନ ପାଇଁ ଏମିତି ସମାନ ଢଙ୍ଗରେ ଟାର୍ଗେଟ୍ କରାଯାଉଥିବାରୁ ଏହା ପଛରେ ବଡ଼ ଧରଣର ରାକେଟ୍ ସଂପୃକ୍ତିର ସନ୍ଦେହ ଉଠିଛି । ଅଭିଯୋଗକୁ ନେଇ ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଥିଲା ବେଳେ, ଏହାଦ୍ବାରା କାହାର କି ଫାଇଦା ହେବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦେଖିବା ଓଟିଭିର ଏକ୍ସକ୍ଲୁସିଭ ରିପୋର୍ଟ ।

Advertisment
Khordha
Advertisment
Advertisment