Advertisment

Illegal Coal Mining: ତେଲନଡିହି କୋଇଲା ମହାଲୁଟ୍ ପଛରେ କିଏ ?

ତେଲେନଡିହି କୋଇଲା ମହାଲୁଟ୍ ପଛରେ କିଏ ? ଜଙ୍ଗଲ ଭିତରେ କାହା ଛତ୍ରଛାୟା ତଳେ ଚାଲିଥିଲା କଳାହୀରାର ଚୋରା ବେପାର ? ବେଆଇନ କୋଇଲା ଖନନ ଓ ଏହାର ଚୋରା ଚାଲାଣ ପଛର କିଏ ସେ ମାଫିଆ ?

author-image
Santosh Kumar Sahoo

ସୁନ୍ଦରଗଡ଼ କୋଇଲା ମହାଲୁଟ୍‌ର ଉଚ୍ଚସ୍ତରୀୟ ତଦନ୍ତ ଦାବି । ସ୍ପେଶାଲ ଟାସ୍କଫୋର୍ସ ଗଠନ କରି ଏହାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ସେହିପରି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ମଧ୍ୟ ପୁରା ଘଟଣାର CBI ତଦନ୍ତ ଦାବି କଲେଣି । ତେଲେନଡିହି ଘଞ୍ଚ ଜଙ୍ଗଲ ଭିତରେ କେମିତି ଚାଲିଥିଲା କଳାହୀରାର କଳା ଧନ୍ଦା, ସେ ସଂପର୍କରେ ଓଟିଭିରେ ପର୍ଦ୍ଦାଫାସ୍ ପରେ ହଠାତ୍ ଚେଇଁ ଉଠିଛି ପ୍ରଶାସନ । ଗ୍ରାଉଣ୍ଡ ଜିରୋରେ ତନାଘନା ସହ ମାଫିଆଙ୍କୁ ଖୋଜୁଛି । ଖଣି ଉପନିର୍ଦ୍ଦେଶକ କହିଛନ୍ତି- ଏକ ୯ ଜଣିଆ ଏନଫୋର୍ସମେଣ୍ଟ ଟିମ୍ କାଲିଠୁ ଏ ମାମଲାର ତନାଘନା ଆରମ୍ଭ କରିବ ।

Advertisment
Sundargarh Coal Mafia Coal Mining
Advertisment
Advertisment