Subhadra
ସରିଲା ମହିଳାଙ୍କ ଅପେକ୍ଷା ! ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍ । କିଛି ସମୟ ପରେ ଆକାଉଣ୍ଟକୁ ଆସିବ ଟଙ୍କା । ୪ର୍ଥ ପର୍ଯ୍ୟାୟ ପାଇଁ ଚିହ୍ନଟ ସରିଛନ୍ତି ହିତାଧିକାରୀ । ୧୮ ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ଟଙ୍କା ପାଇବେ । ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ଖୁବ୍ ଶୀଘ୍ର ମିଳିବାକୁ ଯାଉଛି । ଆଉ ମାତ୍ର କିଛି ସମୟ ପରେ ଯାଜପୁରରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । ଫଳରେ ଏଥର ମହିଳାମାନେ ଟଙ୍କା ପାଇବା ପରେ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)