କିପୁରୁଷ, କି ମହିଳା। ପିଲାଠୁଁ ବୁଢ଼ା..ସଭିଏଁ ଦୌଡ଼ୁଥିଲେ l ହଠାତ୍ ଠେଲାପେଲା ଓ ତାପରେ ଦଳାଚକଟା ଭଳି ସ୍ଥିତି ଉପୁଜିଲା । ଯିଏ ଯାହା ଉପରେ ପାରିଲା, ଚଢ଼ି ଆଗକୁ ବଢ଼ିଲା। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଡାକଘର ପରିସରରେ । ସୁଭଦ୍ରା ଯୋଜନା ଫର୍ମ ଦାଖଲ ପୂର୍ବରୁ ନିଜ ଆଧାର ସଂଶୋଧନ କରିବାକୁ ଏମାନେ ସଭିଏଁ ଭୋରୁ ଆସି ଡାକଘର ଗେଟ୍ ଆଗରେ ଲାଇନ୍ ଲଗାଇଥିଲେ। ଆଉ ଗେଟ୍ ଖୋଲିବା ପରେ ଲାଇନରେ ଆଗ ଛିଡ଼ାହେବାକୁ ଚାଲିଥିଲା ପ୍ରତିଯୋଗିତା।
Published By: Satyendu Shekher Mishra
Last updated: 04 September 2024, 10:26 PM IST
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଙ୍କ ମନର କଥା କହିଛନ୍ତି । କେମିତି ମନ୍ତ୍ରୀମାନେ ବିଚଳିତ ହେଲା ବେଳେ ସେ ହସୁଥିଲେ ସେ କଥା ବି କହିଛନ୍ତି । ଏବେ ଅଫିସରମାନେ କେମିତି କାମ କରୁଛନ୍ତି, ସେ କଥା ମଧ୍ୟ ସ୍ପଷ୍ଟଭାବେ କହିଛନ୍ତି । ଏସବୁ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଓଟିଭିର ଏକ୍ଜିକ୍ୟୁଟିଭ୍ ଏଡିଟର ରାଧାମାଧବ ମିଶ୍ର ।