Advertisment

ଯୌନ ନିର୍ଯାତନା ଅଭିଯୋଗ ଶୁଣି ଚୁପ୍‌ ଥିଲେ ?

ଏଇଠି ପ୍ରଶ୍ନ ୧୧ ମାସ ଧରି ଯୌନ ଶୋଷଣର ଅଭିଯୋଗ ଉପରେ କିଟ କର୍ତ୍ତୃପକ୍ଷ କରୁଥିଲେ କ‘ଣ ? ଅଭିଯୁକ୍ତ ଛାତ୍ର ଅଦ୍ବିକ ଶ୍ରୀବାସ୍ତବକୁ ପଚରାଉଚରା ହୋଇଥିଲା କି ?

author-image
Santosh Kumar Sahoo

ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଏହି ଅଭିଯୋଗ କରିଥିଲେ ଛାତ୍ରୀ । କିଟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି । ପୂରା ଘଟଣାର ଉଚ୍ଚସ୍ତରୀୟ କମିଟି ତଦନ୍ତ କରୁଥିବା କଥା ବି ଦର୍ଶାଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୟୁଜିସି ଗାଇଡଲାଇନ ଅନୁସାରେ କିଟ ଇନଣ୍ଟରନାଲ କମିଟି ଗଠନ କରିଛି । ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି । ଏଇଠି ପ୍ରଶ୍ନ ୧୧ ମାସ ଧରି ଯୌନ ଶୋଷଣର ଅଭିଯୋଗ ଉପରେ କିଟ କର୍ତ୍ତୃପକ୍ଷ କରୁଥିଲେ କ‘ଣ ? ଅଭିଯୁକ୍ତ ଛାତ୍ର ଅଦ୍ବିକ ଶ୍ରୀବାସ୍ତବକୁ ପଚରାଉଚରା ହୋଇଥିଲା କି ? ଛାତ୍ରୀଙ୍କୁ କୌଣସି ପ୍ରକାର ମନସ୍ତାତ୍ତ୍ବିକ କାଉନସେଲିଂ କରାଯାଇଥିଲା କି ? ୟୁଜିସି ଗାଇଡଲାଇନରେ ଗଠିତ ଇଣ୍ଟରନାଲ୍ କମିଟି ଏନେଇ କ’ଣ କରିଥିଲେ ? ଯଦି କର୍ତ୍ତୃପକ୍ଷ ଅଣଦେଖା କରିଥିଲେ ବସିଗଲେ, ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କିଟ୍ ଦାୟୀ ହେବନି କି ?

Advertisment
Odisha Assembly KIIT University
Advertisment
Advertisment