Advertisment

Child abduction : ୫୦ ଘଣ୍ଟା ଭିତରେ ମାଆକୋଳକୁ ଫେରିଲା ଚୋରି ଶିଶୁପୁତ୍ର

ଦି ଦିନ ପରେ ମୁହଁରେ ହସ ଫୁଟିଛି । ବନ୍ଦ ହୋଇଛି ଆଖିରୁ ଅନବରତ ଝରୁଥିବା ଲୁହ। ଦେଖିନପାରିଲେ କ’ଣ ହେଲା, ସ୍ପର୍ଶ କରି ପୁଅକୁ ଅନୁଭବ କରିପାରୁଛି । କୁନି ପୁଅକୁ କୋଳରେ ପାଇ ଆତ୍ମହରା ମାଆ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

ରାଜଧାନୀର ରାମମନ୍ଦିର ଆଗରୁ ଅପହୃତ ଦେଢ ବର୍ଷର ଶିଶୁ ମିଳିଲା । ଦୁଇ ଦିନ ପରେ ଦୃଷ୍ଟିବାଧିତ ମାଆ କୋଳକୁ ଫେରିଛି ପୁଅ । ୪ଟି ସ୍ବତନ୍ତ୍ର ଟିମ୍, ଭୁବନେଶ୍ବରରୁ ବାଲେଶ୍ବର ଯାଏ ୫ ଶହରୁ ଅଧିକ ସିସିଟିଭି ଯାଂଚ୍ କରି ପିଲା ଚୋର ପାଖରେ ପହଁଚିଛି ପୋଲିସ । ଅପହରଣକାରୀ କେଦାରସନ ପଣ୍ଡା ଗିରଫ ହୋଇଥିବା ବେଳେ ଶିଶୁଟିକୁ ଚୋରି କରି ଅନ୍ୟ ଜଣେ ମହିଳାଙ୍କୁ ଦେଇଥିବା ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ସେପଟେ ପୁଅକୁ ପାଇବା ଆଶା ରଖିନଥିବା ମାଆ, ପୋଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ।

Advertisment
Bhubaneswar Odisha Child Kidnapping
Advertisment
Advertisment