Bahuda Jatra
ସଂଜ ନଇଁଲା, ମାଉସୀ ମା’ ମନ୍ଦିରରୁ ଧାଡି ପହଣ୍ଡିରେ ଆସି ରଥାରୃଢ ହୋଇଥିଲେ ଚତୁର୍ଦ୍ଧା ମୁରତୀ। ଦୁଇଟି ରଥରେ ବସି ଆଗରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର ବାହୁଡିଛନ୍ତି। ଦୀର୍ଘ ୧୧ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଏଭଳି ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା। ହରିବୋଲ ହୁଳହୁଳି, ଘଟଂଶଙ୍ଖ ନାଦରେ ଉଠୁଛି ପଡୁଛି ଏଇ ପାବନ କ୍ଷେତ୍ର। ମହାନଦୀ ତୁଟରେ ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୁରତୀଙ୍କୁ ଆଣିଛନ୍ତି ସେବାୟତ। ମାଉସୀ ମା ମନ୍ଦିରରେ ୫ ଦିନ ଧରି ଦଶାବତାରରେ ଭକ୍ତଙ୍କୁ ଦର୍ଶନ ଦେବାପରେ ପୁଣି ରଥାଋଢ ହୋଇ ଶ୍ରୀମନ୍ଦିରକୁ ବାହୁଡିଛନ୍ତି ଚତୁର୍ଦ୍ଧା ମୁରତୀ। ରଥ ଟାଣିବା ସହ ଦାରି ବିଗ୍ରହଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଗଡଜାତ ଅମଳରୁ ନିଆରା ଢଙ୍ଗରେ ପାଳିତ ହେଉଛି ଏହି ନିଆରା ରଥଯାତ୍ରା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)