/odishatv-khabar/media/media_files/2025/10/21/bhubaneswar-2025-10-21-09-29-04.jpg)
bhubaneswar Photograph: (OTV)
ଧୂଆଁ ଧୂଆଁ ଭୁବନେଶ୍ବର। ଦୀପାବଳି ମନାଇବାକୁ ଯାଇ ଲୋକମାନେ ପ୍ରଚୁର ବାଣ ଫୁଟାଇଥିବା ବେଳେ ପରିବେଶ ପୂରା ବିଗିଡ଼ିଯାଇଛି। ଚାରିଆଡ଼େ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ବାଣ ଧୁଆଁରେ ରାଜଧାନୀ ଭୁବନେଶ୍ବର ସମେତ ସିଲଭର ସିଟି କଟକ ବି ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା । ଯେଉଁଆଡେ ଦେଖିବେ ସିଆଡେ ଧୂଆଁ। ପରିସ୍ଥିତି ଏଭଳି ଯେ ୨୦୦ ମିଟର ପରେ ରାସ୍ତା ଦିଶୁନଥିଲା । ଲୋକମାନେ ଅଣନିଶ୍ୱାସୀ ହେଉଥିବା ନେଇ ସ୍ୱୀକାର କରୁଥିବା ସତ୍ତ୍ବେ ଦୀପାବଳିରେ ବାଣ ଫୁଟେଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି ମିଳିଥିଲା। ରାତି ୯ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲା କମିଶନରେଟ ପୋଲିସ । ତଥାପି ସବୁ କଟକଣାକୁ ବାଏଁ ବାଏଁ ଉଡାଇ ଦେଇ ବାଣ ଫୁଟାଥିଲେ ଅନେକ ଅମାନିଆ । ୨୦୨୪ରେ ଦୀପାବଳି ପରେ ଭୁବନେଶ୍ୱରରେ ବାୟୁ ମୋଡେରଟେ ସ୍ତରରେ ପହଞ୍ଚିଥିଲା। ଚଳିତବର୍ଷ ଏହି ମାନ ପୁଅର୍ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ସେହିପରି କଟକ ସହରରେ ବି ଉଡ଼ିଛି ପ୍ରଦୂଷଣ ନିୟମର ଧଜ୍ଜିଆ। ଧୁଆଁମୟ ହୋଇଯାଇଥିଲା ସାରା ସହର। ଏମିତିକି ୫୦ ମିଟର ପର୍ଯ୍ୟନ୍ତ ମଧ୍ୟ ଦେଖାଗଲା ନାହିଁ। ପ୍ରଦୂଷଣ ମାତ୍ରା ଏତେ ଅଧିକ ରହିଥିଲା ଯେ, ଗାଡି ଚଳାଚଳରେ କେବଳ ଅସୁବିଧା ନୁହେଁ, ଚାଲି ଚାଲି ଯିବା ବି ଏକ ପ୍ରକାର ଅସମ୍ଭବ ହୋଇଯାଇଥିଲା । ସହରର ବିଭିନ୍ନ ସ୍ଥାନ ଅନ୍ଧାର ସହ ଧୂଆଁମୟ ହୋଇଯାଇଥିଲା । କେବଳ ସେତିକି ନୁହେଁ କମିଶନରେଟ ପୋଲିସର ନିର୍ଦ୍ଦେଶକୁ ଫୁ’ କରି ଉଡ଼େଇ ଦେଇଥିଲେ ସହରବାସୀ। ସଂନ୍ଧ୍ୟା ୭ଟାରୁ ୯ ପର୍ଯ୍ୟନ୍ତ ବାଣଫୁଟା ପାଇଁ ଅନୁମତି ଥିଲା। କିନ୍ତୁ ନିୟମକୁ ଫୁ କରି ବିଳମ୍ବିତ ରାତି ଯାଏ ବାଣ ଫୁଟାଇଥିଲେ ସହରବାସୀ...
Viral Threat Video: ଖଣ୍ଡା ବୁଲାଇ ୩ ମୁଣ୍ଡ କାଟିବି, କାହାକୁ ଛାଡିବିନି...ଭାଇରାଲ ହେଉଛି ଭିଡିଓ

Farmers Guard Crops: ସଞ୍ଜ ନଇଁଲେ ଭୟ ବଢ଼େ , ରାତିରେ ରୁହନ୍ତି ଉଜାଗର

Another Low Pressure: ପୁଣି ଲଘୁଚାପ, ପୁଣି ବଡ଼ ବର୍ଷା...ବିଦେଶୀ ମଡେଲ୍ ଆକଳନକୁ ନେଇ ଥମୁନି ବାତ୍ୟା ଚର୍ଚ୍ଚା

Nuapada ByPoll Heat: ବିଗ୍ ଫାଇଟ୍ ପୂର୍ବରୁ ତେଜିଲା ବୟାନଯୁଦ୍ଧ , ଜୟନାରାୟଣ ମିଶ୍ରଙ୍କ ସଂଘାତିକ ବୟାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)