ମାଫିଆ କୋରି ଖାଇଗଲେ ମହାପ୍ରଭୁଙ୍କ ମୂଲ୍ୟବାନ ଖଣି । ଯେତିକି ଉତ୍ତୋଳନ ଅନୁମତି ନେଇଛନ୍ତି । ତାଠୁ ଢ଼ର ଗୁଣା ପଥର ତାଡ଼ି ବିକି ଦେଇଛନ୍ତି । ଏଭଳି ମହାଲୁଟ୍ ଧରିବା ପରେ, ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଯେଉଁଥିରେ ୧୫ଦିନ ଭିତରେ ରୟାଲିଟି ସହ ଆନୁସଙ୍ଗିକ ଦେୟ ଓ ଫାଇନ୍ ଜମା କରିବାକୁ ରହିଛି କଡ଼ା ନିର୍ଦ୍ଦେଶ ।
Published By: Satyendu Shekher Mishra
Last updated: 08 August 2024, 10:39 PM IST
ଗତକାଲି ବିଳମ୍ବିତ ରାତିରେ ବସଟି ଶ୍ରମିକମାନଙ୍କୁ ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ନେଇ ଯାଉଥିଲା। ଏହି ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।