ଆଳୁକୁ ନେଇ ଅଶାନ୍ତି । ଆଳୁ ପାଇଁ ହଲ୍ଲାବୋଲ୍ । ଭାଙ୍ଗି ଆସିଲାଣି ସାଧାରଣ ଜନତାଙ୍କ ଧୈର୍ଯ୍ୟ । ଆଉ ଚଳିବନି ଆଳୁ ରାଜନୀତି । ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ ସହ ପୋଷ୍ଟର ପୋଡ଼ି ଜାତୀୟ ରାଜପଥ ଅବରୋଧ କଲେ ।
Published By: Sujit kumar Swain
Last updated: 09 August 2024, 10:38 PM IST
ଭିଟାମାଟିକୁ ଫେରିବେ ୨୫ ବର୍ଷ ଧରି ଗାଁରୁ ବିତାଡ଼ିତ ହୋଇଥିବା ଗଞ୍ଜାମ ଜିଲ୍ଲା ଆସ୍କା ବାଲିଛାଇ ଗାଁର ୫୦ ଦଳିତ ପରିବାର । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ଗାଁର ଉଭୟ ଗୋଷ୍ଠୀର ଲୋକଙ୍କୁ ଆସିକା ବ୍ଲକ ଅଫିସକୁ ଡ଼କାଯାଇ ଏକ ବୈଠକ କରି ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର. ବି.ଡି.ଓ ଥାନା ଅଧିକାରୀ ମିଳିତ ଭାବେ ବୁଝାଇଛନ୍ତି ।