ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ । ଜିନ୍ଗତ ବିବିଧତା ପାଇଁ ଯମୁନା ପରେ ଜିନତକୁ ନିଜର କରିଛି ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ । ୪୬ ଘଣ୍ଟାର ଯାତ୍ରାପରେ ବି ସଫ୍ଟ ଏନ୍କ୍ଲୋଜରରେ ଚଳଚଞ୍ଚଳ ଅଛି ୩ ବର୍ଷୀୟା ବାଘୁଣୀ । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଓ ଶିମିଳିପାଳ ପରିବେଶ ଏକା ପ୍ରକାର ଥିବାରୁ ନୂଆ ବାଘୁଣୀର ରହିବା ପାଇଁ ସମସ୍ୟା ହେବନି । ତେବେ ଦୁଇ ବାଘୁଣୀ ଗାଁମୁହାଁ ହେବାର ଆଶଙ୍କା ଥିବାରୁ ମନିଟରିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।
Published By: Satyendu Shekher Mishra
Last updated: 15 November 2024, 10:32 PM IST
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।