ପୁଣି କିଟ୍, ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ
କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଏବଂ ତା’ପରବର୍ତ୍ତୀ ଘଟଣାକ୍ରମକୁ ନେଇ ରାଜ୍ୟରୁ ସାରା ଦେଶ ସ୍ତବ୍ଧ ଥିବାବେଳେ ଅଢ଼େଇ ମାସର ବ୍ୟବଧାନ ପରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ, ଚାରିଆଡ଼େ ଚହଳ ପକାଇଛି । କାରଣ ଫେବ୍ରୁଆରୀ ୧୬ରେ ଯେଉଁ ହଷ୍ଟେଲରେ ଅଘଟଣ ଘଟିଥିଲା । ସେହି ହଷ୍ଟେଲରେ ହିଁ ଗତରାତିରେ ଅନ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ ଯାଇଛି । ଯାହାକୁ ନେଇ ବୈଦେଶିକ ମନ୍ତ୍ରାଳୟଠାରୁ ଆରମ୍ଭ କରି ନେପାଳ ଦୂତାବାସ ଯାଏଁ, ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜାତୀୟ ମାନବାଧିକାର କମିଶନଙ୍କ ଯାଏଁ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ପରିବାର ଲୋକ ପହଞ୍ଚିବା ପରେ ଆଜି ମୃତ ଛାତ୍ରୀଙ୍କ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)