Mayor
ନଗର ଉନ୍ନୟନ ମନ୍ତ୍ରୀ ରାଜଧାନୀବାସୀଙ୍କ ସମସ୍ୟା ଓ ଅଧପନ୍ତରିଆ ପ୍ରକଳ୍ପର ସମୀକ୍ଷା କରିବା ବେଳେ, ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ । ବିଏମ୍ସିର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇବାରୁ ପରିସ୍ଥିତି ଏପରି ହେଲା ଯେ, ମନ୍ତ୍ରୀ ଓ ବାକି ଅଧିକାରୀଙ୍କୁ ଛାଡ଼ି ମେୟର ଅଚାନକ ସେଠାରୁ ଉଭାନ ହୋଇଯାଇଥିବା ଚର୍ଚ୍ଚା ହେଉଛି । ମନ୍ତ୍ରୀଙ୍କୁ ଫେରାଦ୍ ହେଲେ, ମେୟରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ । ଲୋକଙ୍କ ରୋଷର ଶିକାର ହୋଇ ହଟହଟା ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)