Advertisment

କେବେ ସତ ହେବ ରେଙ୍ଗାଲି ଦ୍ବିତୀୟ ସେତୁ ସ୍ବପ୍ନ ?

ବାରମ୍ବାର ଶୁଭ ଦିଆଯାଉଛି, କୋଟି କୋଟିରେ ବଜେଟ୍ ବଢ଼ୁଛି । ହେଲେ ସରିବାର ନାଁ ଧରୁନି ରେଙ୍ଗାଲି ଦ୍ବିତୀୟ ସେତୁ ନିର୍ମାଣ କାମ । ୧ କିଲୋମିଟର ବ୍ରିଜ୍ ନହେବାରୁ ବୁଲିବାକୁ ପଡ଼ୁଛି ୫୦ କିଲୋମିଟର ବାଟ ।

author-image
Santosh Kumar Sahoo

କେବେ ସତ ହେବ ରେଙ୍ଗାଲି ଦ୍ବିତୀୟ ସେତୁ ସ୍ବପ୍ନ ? ପୂର୍ବ ସରକାରରେ ବାରମ୍ବାର ଶୁଭ ଦିଆଯିବା ସତ୍ତ୍ବେ କାମ ସରୁନଥିବାରୁ ଅନୁଗୁଳ କଣିହାଁ ଅଞ୍ଚଳରେ ଅସନ୍ତୋଷ। ଭାରିଯାନ ଗୁଡ଼ିକୁ ୧ କିଲୋମିଟର ଦୂରକୁ ଯିବା ପାଇଁ ବୁଲିବାକୁ ପଡ଼ୁଛି ୫୦ କିଲୋମିଟର ବାଟ। ଏହାକୁ ନେଇ ଲୋକେ ସ୍ବର ଉତ୍ତୋଳନ କରିଥିବା ବେଳେ, ଖୁବଶୀଘ୍ର କାମ ସରିବ ବୋଲି ଭରସା ଦେଇଛନ୍ତି ପାଳଲହଡ଼ା ବିଧାୟକ।

Advertisment
Bridge Rengali
Advertisment
Advertisment