ରେଭେନ୍ସା ନାଁ ପରିବର୍ତ୍ତନ ସପକ୍ଷରେ ବାହାରିଲେ ଭର୍ତ୍ତୃହରି । ସମର୍ଥନ କରି ସାହିତ୍ୟିକ ହରପ୍ରସାଦ ଦେଲେ ପ୍ରସ୍ତାବ । କହିଲେ- ରେଭେନ୍ସା ବଦଳରେ କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ ହେଉ ବିଶ୍ୱବିଦ୍ୟାଳୟ । କିଛି ଦିନ ଧରି ନିଜ ଖବରକାଗଜରେ ଲେଖିବା ପରେ ଆଜି ଗଣମାଧ୍ୟମ ଆଗରେ ଖୋଲଖୋଲି ମନ୍ତବ୍ୟ ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏକ ଆଲୋଚନା ଚକ୍ରରେ ଯୋଗଦେଇ, ସିଧା କହିଛନ୍ତି ଓଡିଆ ଲୋକ ଏବଂ ଓଡିଆ ଜାତିର ଅନୁଦାନରେ ତିଆରି ହୋଇଥିବା ଅନୁଷ୍ଠାନର ନାଁ ଜଣେ ଇଂରେଜ ନାଁରେ କାହିଁକି ରହିବ।
Published By: Satyendu Shekher Mishra
Last updated: 13 September 2024, 09:08 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।