Advertisment

Video: ଖୋଲୁଛି ବିଷ୍ଣୁପଦ-ଚଞ୍ଚଲ ଲିଙ୍କର ଗୁମର

ବିଷ୍ଣୁପଦ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଖୋଲୁଛି ଗୁମର । ୭ରେ ସିବିଆଇ ରେଡ୍ । ତା’ର ଦିନକ ପୂର୍ବରୁ ୫ରେ ବିଷ୍ଣୁପଦଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ।

author-image
Santosh Kumar Sahoo

ରେଡ୍‌ର ମାତ୍ର ଦିନକ ପୂର୍ବରୁ ୫ ତାରିଖ ଦିନ କାହିଁକି ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ ଚଞ୍ଚଲ ମୁଖାର୍ଜୀ ? କେଉଁ ବିଷୟରେ ଭେଟିଥିଲେ, କ’ଣ ଆଲୋଚନା କରିଥିଲେ ତାକୁ ନେଇ ଏବେ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ପକ୍ଷରୁ ୪ ତାରିଖରେ ST-SC ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମଗାଯାଇଥିଲା । ଏହା ପରଦିନ କଂପାନୀ କରୁଥିବା କାମର DPR ଏବଂ ଏଷ୍ଟିମେଟ୍ ନେଇ ଆଲୋଚନା ହୋଇଥିବା ସ୍ୱୀକାର କରିଛନ୍ତି ନିଜେ କଂପାନୀର ଜିଏମ୍ । ଅନ୍ୟପଟେ ଏତ ବାଦବିବାଦ ପରେ ବି କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି ସରକାର, ତାକୁ ନେଇ ବି ପ୍ରଶ୍ନ ଉଠିଲାଣି ।

Advertisment
Bishnupada Sethi IAS Officer CBI Raid
Advertisment
Advertisment