କିଏ ନେଲା ତାରାଙ୍କ ସୁନା ଚେନ୍ ?
ପ୍ରତିବାଦ ଭିତରେ ହଜିଗଲା ତାରାଙ୍କ ସୁନା ଚେନ୍ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସୁନା ଚେନ୍ ହଜିବାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । କିଏ ନେଲା ଓ କେମିତି ବିଧାୟକଙ୍କୁ ଚକମାଦେଇ ସୁନା ଚେନ୍ ଲୁଟିଲା ତା’ ଏବେ ସବୁଠି ଚାର୍ଚ୍ଚାର ବିଷୟ ପାଲଟିଲାଣି । ଆଉ ଏହାକୁ ନେଇ ବିଜେପି ଓ କଂଗ୍ରେସର ବିଧାୟକ ମାନେ ପ୍ରତିକ୍ରିୟା ରଖିଲେଣି । ତାରାଙ୍କ ଚେନ୍ ହଜିବାକୁ ନେଇ ବିଜେପି ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଓ ପଦ୍ମଲୋଚନ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ମନୋରଞ୍ଜନ କହିଛନ୍ତି, ସିସିଟିଭି ଲାଗିଛି କାହାର କ’ଣ ହଜିଛି ଖୋଜିଲେ ଜଣାପଡ଼ିବ । ଏହା ସବୁ ଅବାସ୍ତବ କଥା । ସେହିପରି ପଦ୍ମଲୋଚନ କହିଛନ୍ତି, ଏହା ଭୁଲ କଥା । କିଏ ସାହସ କରିବ ଏପରି କରିବାକୁ । ପୋଲିସ ଥିବାବେଳେ ଏମିତି ହେବା ସମ୍ଭବନୁହେଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)