Advertisment

5T ସ୍କୁଲ ନାଁରେ ପିଲାଙ୍କୁ ଧୋକ୍କା ଦେଇଥିଲେ ପୂର୍ବ ସରକାର

ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର 5T ସ୍କୁଲ ନାଁରେ ଗାଁ ଗାଁରେ କରିଥିବା ରୂପାନ୍ତରୀକରଣକୁ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନା କୌଣସି ଯୋଜନା ଥିଲା ନା ଡିପିଆର ନା ଏଷ୍ଟିମେଟ୍ ।

author-image
Santosh Kumar Sahoo

5T ସ୍କୁଲ ନାଁରେ ପିଲାଙ୍କୁ ଧୋକ୍କା ଦେଇଥିଲେ ପୂର୍ବ ସରକାର । ବିନା ଭିତ୍ତିଭୂମିରେ କେବଳ ପୁରୁଣା କାନ୍ଥରେ ରଙ୍ଗ ମରାଯାଇଥିଲା କହି ବିଜେଡିକୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ଲାଗି ଆଜି କ୍ୟାବିନେଟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ମୋହର ବାଜିଛି। ଯେଉଁଥିରେ ରାଜ୍ୟର ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment
Odisha Mohan Majhi
Advertisment
Advertisment