Advertisment

Video: ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ

ଅସୁମାରୀ ଉତ୍ସାହ, ଅଭୂତପୂର୍ବ ଉଦ୍ଦୀପନା । ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର କରିଥିଲେ ଉଦଘାଟନ ।

author-image
Santosh Kumar Sahoo

ସାରା ବିଶ୍ବର ଫୋକସ୍‌ରେ ଓଡ଼ିଶା । ଭୁବନେଶ୍ବରରେ ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ । ଏହି ୩ ଦିନିଆ ସମାରୋହକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାକୁ ଥିବା ବେଳେ, ଜନତା ମୈଦାନରେ ଏକାଠି ହେବେ ୭୦ରୁ ଅଧିକ ଦେଶରୁ ଆସିଥିବା ପ୍ରାୟ ୪ ହଜାର ପ୍ରବାସୀ ଓ ବହୁ ଭିଭିଆଇପି ଅତିଥି । ଆଜି ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ କରିଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର, ମନସୁଖ୍ ମାଣ୍ଡଭ୍ୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଜୟଶଙ୍କର କହିଥିଲେ, 3T ଅର୍ଥାତ ଟ୍ରେଡ୍, ଟେକ୍ନୋଲୋଜି ଓ ଟୁରିଜମରେ ବେଶ୍ ସାମର୍ଥ୍ୟ ଥିବା ଓଡ଼ିଶା, ପୁଞ୍ଜି ନିବେଶ ପାଇଁ ସବୁଠୁ ପ୍ରକୃଷ୍ଟ ସ୍ଥାନ ।

Advertisment
Bhubaneswar S. Jaishankar
Advertisment
Advertisment