#ଲୁହ_ଓ_କୋହରେ_ପ୍ରଶାନ୍ତଙ୍କୁ_ବିଦାୟ
ଯାଇଥିଲେ ଛୁଟି କାଟିବାକୁ। ଫେରିଲେ ଶବ ହୋଇ। ଆତଙ୍କୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କୁ ଆଜି ଝୁରୁଛନ୍ତି ଆତ୍ମୀୟ ସ୍ବଜନ, ଖୋଜି ହେଉଛନ୍ତି ପତ୍ନୀ ଓ ପରିବାର। ଗତକାଲି ବିଳମ୍ବିତ ରାତିରେ ଶ୍ରୀନଗରରୁ ଭୁବନେଶ୍ବର ଆସି ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର। ଆଜି ସକାଳେ ବାଲେଶ୍ବର ଇସାଣୀ ଗାଁରେ କରାଯାଇଥିଲା ଅନ୍ତିମ ସତ୍କାର କରାଯାଇଛି।
Published By: Saroj Kumar Jena
Last updated: 24 April 2025, 10:48 PM IST
#ଆୟୁଷ୍ମାନ_କାମକୁ_ନୁହେଁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପରଠୁ ଚିକିତ୍ସା ସେବା ପାଇବାକୁ ରୋଗୀ ହଇରାଣ ନେଇ ଆସୁଛି ମାଳମାଳ ଅଭିଯୋଗ। କେଉଁଠି ଡାକ୍ତର ଆୟୁଷ୍ମାନ କାର୍ଡରେ ଚିକିତ୍ସା ପାଇଁ ମନା କରୁଛନ୍ତି ତ’ ଆଉ କେଉଁଠି OTP ଯୋଗୁଁ ରୋଗୀ ପଞ୍ଜୀକରଣ ବିଳମ୍ବ ଫଳରେ ଚିକିତ୍ସାରେ ବି ହେଉଛି ବିଳମ୍ବ। ଏମିତିକି ଯୋଜନାରେ ବହୁ ସମସ୍ୟା ଥିବା ଅଭିଯୋଗ ଆଣି ସରକାରଙ୍କୁ ମେମୋରାଣ୍ଡମ ଦେଇଛନ୍ତି ହସ୍ପିଟାଲ ସଂଘ।