Advertisment

Police Guard a Goat : ଛେଳିକୁ ନେଇ ଝଗଡା; ଥାନାରେ ଜଗିଛି ପୋଲିସ

ଥାନାରେ ଛେଳିକୁ ଜଗିଛି ପୋଲିସ। ଛେଳିର ଖାଇବାକୁ ଯାଞ୍ଚ କରିବା ସହ ଛେଳି ଉପରେ ରଖିଛି ତୀକ୍ଷ୍ଣ ନଜର। ଗୋଟିଏ ଛେଳିକୁ ଦୁଇ ମାଲିକ ଦାବିଦାର କରୁଥିବା ବେଳେ ଦ୍ୱନ୍ଦ୍ୱରେ ପଡିଛି ପୋଲିସ। ଏମିତି ଦୃଶ୍ୟ ନୀଳଗିରି ଥାନା ପରିସରରେ ଦେଖିବାକୁ ମିଳିଛି।

author-image
Pramod Behera
Police Guard a Goat

ଛେଳିକୁ ନେଇ ଝଗଡା; ଥାନାରେ ଜଗିଛି ପୋଲିସ Photograph: (OTV)

ଥାନାରେ ଛେଳିକୁ ଜଗିଛି ପୋଲିସ। ଛେଳିର ଖାଇବାକୁ ଯାଞ୍ଚ କରିବା ସହ ଛେଳି ଉପରେ ରଖିଛି ତୀକ୍ଷ୍ଣ ନଜର। ଗୋଟିଏ ଛେଳିକୁ ଦୁଇ ମାଲିକ ଦାବିଦାର କରୁଥିବା ବେଳେ ଦ୍ୱନ୍ଦ୍ୱରେ ପଡିଛି ପୋଲିସ। ଏମିତି ଦୃଶ୍ୟ ନୀଳଗିରି ଥାନା ପରିସରରେ ଦେଖିବାକୁ ମିଳିଛି।

Advertisment


ସୂଚନା ମୁତାବକ, ନୀଳଗିରି ଥାନାରେ ଗୋଟିଏ ଛେଳିକୁ ନେଇ ଦୁଇଟି ଅଭିଯୋଗ।ଗୋଟିଏ ଛେଳି ପାଇଁ ଦୁଇଟି ମାଲିକ ଦାବିଦାର ହେଉଥୁବା ବେଳେ ଛେଳି କାହାକୁ ଦିଆଯିବ ପୋଲିସ ବି ଦ୍ୱନ୍ଦ୍ୱରେ ପଡିଯାଇଛି।
ସୂଚନା ମୁତାବକ, ଗୋଟିଏ ଛେଳିର ଦୁଇଜଣ ମାଲିକ ଦାବିବାର ହେଉଥୁବା ବେଳେ ଛେଳିର ଅସଲି ମାଲିକର ପରିଚୟ ମିଳୁପାରୁନି। ଫଳରେ ଛେଳିକୁ ନିଜ ହେପାଜତରେ ରଖିଛି ନୀଳଗିରି ପୋଲିସ। ଅଭିଯୋଗ ଅନୁଯାୟୀ ନୀଳଗିରି ସାନଅତା ଅଞ୍ଚଳର ମୋନାଲିସା ଦାସଙ୍କ ଛେଳି ମାସେରୁ ଅଧିକ ଦିନ ହେବ ହଜିଯାଇଥିବା ବେଳେ ନିକଟରେ ଗୁଡ଼ି ଖଣିଆ ଅଞ୍ଚଳର କରୁଣା ନାମକ ବ୍ୟକ୍ତିଙ୍କ ପାଖରେ ଛେଳି ସନ୍ଧାନ ପାଇଥିଲେ। ପରେ ଛେଳିକୁ ନେଇ ଝଗଡା ହୋଇଥିଲା ଆଉ କଥା ଥାନାକୁ ଆସିଥିଲା।


ତେବେ ଛେଳିର ପ୍ରକୃତ ମାଲିକ କିଏ ଏହା ଜାଣିବା ନେଇ ପୁଲିସ ଏକ ପରୀକ୍ଷା କରିଥିଲା। ଥାନାରେ ଉଭୟ ଦାବିଦାରଙ୍କ ଆଗରେ ଛେଳିକୁ ଛଡାଯାଇଥିଲା। ଛେଳି ଯାହା ପାଖକୁ ଯାଇଥାନ୍ତା ସେ ହିଁ ତା’ର ପ୍ରକୃତ ମାଲିକ ବୋଲି ଜଣାପଡିଥାନ୍ତା। ହେଲେ ଛେଳି କାହା ପାଖକୁ ନଯିବାରୁ ତାକୁ ଥାନା ପରିସରରେ ପୋଲିସ ହେପାଜତରେ ରଖାଯାଇଛି।

Advertisment


ତେବେ ପ୍ରମାଣ ଯୋଗାଡ କରିବାକୁ ଉଭୟ ପକ୍ଷକୁ ତିନିଦିନ ସମୟ ଦିଆଯାଇଛି। ଯଦି କେହି ପ୍ରମାଣ ଯୋଗାଡ ନ କରି ପାରିଲେ ଏହା ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ପ୍ରମାଣ ଯୋଗାଡ କରିବା ପର୍ଯ୍ୟନ୍ତ ଛେଳି ପୋଲିସ ହେପାଜତରେ ରହିବ ବୋଲି SDPO କହିଛନ୍ତି।

Goats Police Nilagiri
Advertisment
Advertisment