ଡାଇବେଟିସ ମେଡିସିନ ଷ୍ଟ୍ରିପ ମାତ୍ର ୩୫ ଟଙ୍କା । ଗ୍ୟାଷ୍ଟ୍ରିକ ମେଡିସିନ ଷ୍ଟ୍ରିପ ମାତ୍ର ୧୨ ଟଙ୍କା । ବଜାରରେ ମିଳୁଥିବା ୧୩୦ ଟଙ୍କାର କ୍ୟାଲସିୟମ ଭିଟାମିନ ୮ ଟଙ୍କାରେ ମିଳୁଛି । ଏକ ଟଙ୍କାରେ ମିଳୁଛି ସାନିଟାରୀ ପ୍ୟାଡ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବାହାରେ ଏତେ ଦାମରେ ମିଳୁଥିବା ଔଷଧର ଦାମ୍ ଏତେ କମରେ କେଉଁଠି ମିଳୁଛି । ହଁ ଆଜ୍ଞା ଏହି ସବୁ ମେଡିସିନି ମିଳୁଛି କେନ୍ଦ୍ର ସରକାରଙ୍କ ଜନଔଷଧି କେନ୍ଦ୍ରରେ । ଯେଉଁ ଡାଇବେଟିସ ମେଡିସିନି ବଜାରରେ ୧୦୦ ଟଙ୍କାରେ ମିଳୁଛି ସେହି ସମାନ ଷ୍ଟ୍ରିପ ଜନ ଔଷଧି କେନ୍ଦ୍ରରେ ମିଳୁଛି ମାତ୍ର ୩୫ ଟଙ୍କାରେ । ଯେଉଁ ଗ୍ୟାସ ମେଡିସିନ ବଜାରରେ ୧୦୦ ଟଙ୍କାରେ ମିଳୁଛି ଏଠାରେ ମାତ୍ର ୧୨ ଟଙ୍କାରେ ମିଳୁଛି ।
Published By: Namita Biswal
Last updated: 15 April 2025, 02:59 PM IST
#ଓଟିଭି_ଉପରୁ_ହଟିଲା_କଟକଣା କିଟ୍ ଓ କିସ୍ ନାଁରେ ଖବର ପ୍ରସାରଣକୁ ନେଇ ଲୋକପ୍ରିୟ ଅଗ୍ରଣୀ ଚ୍ୟାନେଲ ଓଟିଭି ବିରୋଧରେ କଟକ ସିଭିଲ ଜଜଙ୍କ ପାଖରେ ହୋଇଥିବା ପିଟିସନ୍ ଖାରଜ ହୋଇଯାଇଛି। ଆବେଦନକାରୀଙ୍କ ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନଥିବା ଦର୍ଶାଇ କୋର୍ଟ ଏସଂପର୍କିତ ଖବର ପ୍ରସାରଣ ଉପରେ ଲାଗିଥିବା ଅନ୍ତରୀଣ ଅଙ୍କୁଶକୁ ମଧ୍ୟ ହଟାଇ ଦେଇଛନ୍ତି।