Advertisment

ହେ ଭଗବାନ ! ଏମାନେ କାହାର କି ଦୋଷ କରିଥିଲେ...

ଏ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଫୁଲାହାର ଗାଁର ମୁରଲୀଧର ବିଶ୍ୱାଳ । ମୂଲପାତି ଲାଗି ପରିବାର ଚଳାନ୍ତି । ବଡ଼ଝିଅ ସୋନାଲିକା ନବମ ଶ୍ରେଣୀରେ ପାଠ ପଢ଼ୁଥିବା ହଠାତ ଶଯ୍ୟାଶାୟୀ ହୋଇଗଲା । ହାତ ଗୋଡ଼ ଅଚଳ ହୋଇଯିବା ସହ କଥା କହିବା ମଧ୍ୟ ବନ୍ଦ କରିଦେଲା ।

author-image
Santosh Kumar Sahoo

ଥାଳିରେ ଭାତ... ଆଉ ଗିନାରେ ଡାଲି । ସେହି ଭାତ ଡାଲିକୁ ଗୋଳାଇ ଗୋଳାଇ ବଡ଼ ଝିଅକୁ ଖୁଆଇ ଦେଉଛି ମା’ । ବଡ଼ ଝିଅ ଖାଇସାରିଲା ପରେ ସାନ ପୁଅକୁ ବି ଏମିତି ବୁଝାଇ ବୁଝାଇ ଖୁଆଇ ଦେବ । ଆଉ ତା’ ପରେ ପୂରା ପରିବାର ଖାଇବ । ଦର୍ଶକବନ୍ଧୁ ଯେଉଁ ବାପା-ମା’ ଦାରିଦ୍ର୍ୟର ନିଆଁରେ ପ୍ରତିଟି ମୁହୂର୍ତ୍ତରେ ଜଳିଜଳି ବଞ୍ଚୁଥା’ନ୍ତି ସେମାନେ ଅବା କେମିତି ନିଜ ପିଲାମାନଙ୍କ ଚିକିତ୍ସା କରାଇପାରିବେ । ସେଇଥିପାଇଁ ତ ଆଜି ତାଙ୍କର ଏ ଦୁଇ ପିଲା ପାଲଟିଯାଇଛନ୍ତି କଥା କୁହା କଣ୍ଢେଇ ।

Advertisment
Divyang Govt Assistance
Advertisment
Advertisment