ରାଜ୍ୟ ଛାଡ଼ିବାକୁ ନାରାଜ
କଣ୍ଟ ପୂରିଛି, ଟେନ୍ସନ୍ ବଢିଛି। ଓଡ଼ିଶାରେ ରହୁଥିବା ୧୨ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ ନୋଟିସ୍ ର ଅବଧି ପୂରଣ ହୋଇଥିଲେ ବି ଏଯାଏଁ ମାତ୍ର ଜଣେ ପାକିସ୍ତାନୀ ନାଗରିକ ସ୍ବଦେଶ ଫେରିଛନ୍ତି, ବାକି ୧୧ ଜଣ ଏଇଠି ରହିବାକୁ ଗୁହାରି କରୁଛନ୍ତି। ତେଣେ ଡିଜିପି କହିଛନ୍ତି, କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଆଦେଶକୁ ଅପେକ୍ଷା କରିଛୁ। ଏପଟେ ରାଜ୍ୟକୁ ବେଆଇନ୍ ଅନୁପ୍ରବେଶ କରି ରାସନ କାର୍ଡ ପାଇଥିବା ବିଦେଶୀଙ୍କର ବି ବଢ଼ିଲାଣି ଚିନ୍ତା। କୌଶଳ କରି କାର୍ଡ ହାତେଇଥିବା ସବୁ ପାକିସ୍ତାନୀ, ବାଂଲାଦେଶୀ ଓ ମ୍ୟାଁମାର ନାଗରିକଙ୍କୁ ଚିହ୍ନଟ କରି ନାଁ କଟାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)