Advertisment

Real Estate Project Controversy:ବେଆଇନ ଆପାର୍ଟମେଣ୍ଟ ନିର୍ମାଣକାରୀ ବିଲ୍‌ଡରଙ୍କୁ ଓରେରାର ବଡ଼ ଛାଟ

ରେଲୱେ ଜମିକୁ ରାସ୍ତା କରି ଆପାର୍ଟମେଣ୍ଟ ପ୍ରୋଜେକ୍ଟ ! ବିଲଡର ସଂସ୍ଥା ଉପରେ ପଡ଼ିଲା ରେରା ଛାଟ। ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହୃତ। ଆଉ ଗୋଟିଏର ବିକ୍ରିବଟା ଉପରେ ଅଙ୍କୁଶ।

author-image
Deviprasad Jena

ରିଅଲ ଇଷ୍ଟେଟ୍ ସଂସ୍ଥାକୁ ମହଙ୍ଗା ପଡ଼ିଲା ରେଲୱେ ଜମିକୁ ବାସଗୃହ ପ୍ରକଳ୍ପର ରାସ୍ତା ଭାବେ ବ୍ୟବହାର କରିବା। ଆକ୍ସନ ମୁଡ୍କୁ ଆସିଲା ଓରେରା। ଭୁବନେଶ୍ବରରେ ହର୍ଷପ୍ରିୟା ନୀଳାଚଳ ରିଅଲ ଇଷ୍ଟେଟ୍ ସଂସ୍ଥା ବିରୋଧରେ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ୨ଟି ବାସଗୃହ ପ୍ରକଳ୍ପର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଥିବା ବେଳେ ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହାର କରିଛି। ଏପଟେ ଓରେରାର ଏଭଳି ନିର୍ଦ୍ଦେଶକୁ ଭୁଲ୍ ବୋଲି ଯୁକ୍ତି ବାଢ଼ିଛନ୍ତି ସଂସ୍ଥାର ପାର୍ଟନର। ଅନ୍ୟପଟେ ରିଅଲ ଇଷ୍ଟେଟ୍ ସଂଘ ପ୍ରଶ୍ନ କରିଛି ପ୍ରକଳ୍ପରେ ଯଦି ତ୍ରୁଟି ଥିଲା, କିଭଳି ମିଳିଲା ବିଏମସି ଆପ୍ରୁଭାଲ୍ ? କେମିତି ରେରାରେ ପଞ୍ଜୀକୃତ ହୋଇଥିଲା ?

Advertisment
Odisha Bhubaneswar ORERA BMC
Advertisment
Advertisment