Advertisment

ପ୍ରଶ୍ନପତ୍ର ବିଭ୍ରାଟ: ଆଜି ସିଧାସିଧା ପରୀକ୍ଷା ବାତିଲ ଦାବି

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍-OSSC ଅଧ୍ୟକ୍ଷଙ୍କୁ ଭେଟି ଗତକାଲି ହୋଇଥିବା ଏଗଜାମ୍ ବାତିଲ ପାଇଁ ଦାବି ଜଣାଇଛନ୍ତି ଆଶାୟୀ। ଏକ୍ସାଇଜ୍ ଏବଂ ଟ୍ରାଫିକ୍ ସବ୍-ଇନିସପେକ୍ଟର ପରୀକ୍ଷାରେ ସାଂଘାତିକ ତ୍ରୁଟି ପରେ ଆଜି କମିଶନଙ୍କ ଅଫିସ୍ ଆଗରେ ପହଞ୍ଚିଥିଲେ ପରୀକ୍ଷାର୍ଥୀ।

author-image
Santosh Kumar Sahoo

OPSC ଏବଂ OSSC ପ୍ରଶ୍ନପତ୍ର ବିଭ୍ରାଟକୁ ଥମୁନି ପରୀକ୍ଷାର୍ଥୀଙ୍କ କ୍ଷୋଭ ଓ ଉଦବେଗ। ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ କରିବାକୁ ଆଜି OSSC ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଛନ୍ତି ଆଶାୟୀ। ତା ସହ ଯଦି ପୁଣି ପରୀକ୍ଷା ହୁଏ, ତେବେ ଓଡ଼ିଆ, ଇଂରାଜୀ ଏବଂ ଜିକେ ସଂପର୍କିତ ପ୍ରଶ୍ନ ଆସିବ କି ନାହିଁ, ଜାଣିବାକୁ ଚାହିଁଥିଲେ। କିନ୍ତୁ OSSC ଅଧ୍ୟକ୍ଷ କୌଣସି ଉତ୍ତର ନରଖି ନିଜ ମତାମତ ଇ-ମେଲରେ ରଖିବାକୁ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ଦୋହରାଇଛନ୍ତି। ଏପଟେ ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଥିବା ବେଳେ ଦୋଷୀଙ୍କୁ ଛଡ଼ା ଯିବନି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

Advertisment
OPSC Odisha
Advertisment
Advertisment