ଯାତ୍ରାରେ ସୀମା ଟପିଥିବା ଅଶ୍ଲୀଳତା ଉପରେ ଲାଗିବ ରୋକ୍। କାହାଣୀ ହେଉ କି ନିର୍ଦ୍ଦେଶନା ଅବା ଅଭିନୟ, ସମସ୍ତଙ୍କ ପାଇଁ ଲାଗିବ ଲଗାମ। କେହି ଡେଇଁବେନି ଲକ୍ଷ୍ମଣରେଖା । ଫଳରେ ସାମାଜିକ ନାଟକ ଅସାମାଜିକ ଆଡକୁ ଯିବନି। ନଷ୍ଟ ହେବନି ଓଡ଼ିଆ ସଂସ୍କୃତି । ଏଥିପାଇଁ ରାଜ୍ୟରେ ଅପେରା ସେନସର୍ ବୋର୍ଡ ଗଠନ କରିବାକୁ ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି । କମିଟିର ସୁପାରିସ ଅନୁଯାୟୀ, ଫିଲ୍ମ ଭଳି ଯାତ୍ରା ପାଇଁ ସେନସର୍ ବୋର୍ଡ ଗଠନ ହେଲେ ବନ୍ଦ ହେବ ଅଶ୍ଲୀଳତା ।
ଯାତ୍ରାରେ ଅଶ୍ଳୀଳତାକୁ ନେଇ ଦୁନିଆ ବାଦ ବିବାଦ ପରେ ସରକାର ଏଥିପାଇଁ ମାର୍ଗଦର୍ଶିକା ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ଏହାମଧ୍ୟରେ ୫ ମାସ ବିତିଗଲାଣି । ଏବେ ଷ୍ଟାଣ୍ଡିଂ କମିଟିର ସୁପାରିସକୁ ନେଇ ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଭାଗ ପକ୍ଷରୁ ଏକ ଅପେରା ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ସରକାରଙ୍କ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବ । ତେବେ ଅପେରା ସେନସର ବୋର୍ଡ ଗଠନକୁ ଖୋଲାଖୋଲି ବିରୋଧ କରିଛନ୍ତି ଯାତ୍ରାପାର୍ଟି ମାଲିକ । କହିଛନ୍ତି, ସେନସର ବୋର୍ଡକୁ ଦେଖାଇ ଯାତ୍ରା କଲା ବେଳକୁ ଖୋଲିପାରିବନି ବହି ।
Published By: Deviprasad Jena
Last updated: 13 March 2025, 08:53 PM IST
ଆପେ ଆପେ ବାହାରୁଛି ଧୂଆଁ। ଦେଖୁ ଦେଖୁ ଲାଗୁଛି ନିଆଁ। ଘରେ ନିଆଁ, ବାହାରେ ନିଆଁ। ଯୁଆଡେ ଚାହିଁବ ସିଆଡେ କେବଳ ନିଆଁ। ଦାଉ ଦାଉ ହୋଇ ଜଳି ଯାଉଛି ଲୁଗାପଟା। ପୋଡି ପାଉଁଶ ହୋଇଯାଉଛି ଘରର ଆସବାବପତ୍ର। ହୁତୁ ହୁତୁ ହୋଇ ସବୁ ଜଳି ଯାଉଛି।