Advertisment

Balasore AnnapurnaYojana: ଏକ ଟଙ୍କାରେ ମିଳୁଛି ଭାତ, ଡାଲି, ଘାଣ୍ଟ, ପାମ୍ପଡ ସାଙ୍ଗକୁ ଖଟା

ଆଜିର ଯୁଗରେ ଆପଣ କ’ଣ କେବେ ଚିନ୍ତା କରିପାରୁଛନ୍ତି ଯେ ଏକ ଟଙ୍କାରେ ପେଟ ପୂରା ଖାଇବା ମିଳିବାର। ଆଉ ତାହା ପୁଣି ଭାତ, ଡାଲି, ଘାଣ୍ଟ, ପାମ୍ପଡ ସାଙ୍ଗକୁ ଖଟା। ଏଥିରେ ଗୁଆ ଘିଅ ମଧ୍ୟ ଦିଆଯାଉଛି।

author-image
Pramod Behera
Balasore AnnapurnaYojana

ଏକ ଟଙ୍କାରେ ମିଳୁଛି ଭାତ, ଡାଲି, ଘାଣ୍ଟ, ପାମ୍ପଡ ସାଙ୍ଗକୁ ଖଟା Photograph: (OTV)

ଆପଣମାନେ ପ୍ରାୟ ସମସ୍ତେ ୫ ଟଙ୍କିଆ ଆଧାର ବିଷୟରେ ଜାଣିଥିଲେ ଆଉ ଅଧିକାଂଶ ମଧ୍ୟ ଖାଇଥିବେ। ଏଥିରେ ଭାତ, ଡାଲମା ଆଉ ଆଚାର ପରଷା ଯାଉଥିବା ବେଳେ ଓଡିଶାର ସବୁ ଜିଲ୍ଲାର ଜନଗହଳିପୂର୍ଣ୍ଣ ଜାଗାରେ ସରକାରଙ୍କ ତରଫରୁ ଏହି କେନ୍ଦ୍ର ଖୋଲାଯାଇଛି ଆଉ ସାଧାରଣ ଲୋକେ ଏହାର ଫାଇଦା ନେଉଛନ୍ତି। 

Advertisment


ଆଜିର ଯୁଗରେ ଆପଣ କ’ଣ କେବେ ଚିନ୍ତା କରିପାରୁଛନ୍ତି ଯେ ଏକ ଟଙ୍କାରେ ପେଟ ପୂରା ଖାଇବା ମିଳିବାର। ଆଉ ତାହା ପୁଣି ଭାତ, ଡାଲି, ଘାଣ୍ଟ, ପାମ୍ପଡ ସାଙ୍ଗକୁ ଖଟା। ଏଥିରେ ଗୁଆ ଘିଅ ମଧ୍ୟ ଦିଆଯାଉଛି। ଏନେଇ ଲମ୍ବା ଳାଇନ୍ ଲାଗୁଛି। ଅଞ୍ଚଳର କଲେଜ୍ ପିଲା, ସହରବାସୀ, ବ୍ୟବସାୟୀ ସମସ୍ତେ ଏହାର ଫାଇଦା ନେଉଛନ୍ତି। ଯିଏ ଖାଉଛି ସିଏ ପ୍ରଶଂସା କରୁଛି।


କିନ୍ତୁ ଏଭଳି ଏକ ବ୍ୟବସ୍ଥା ବାଲେଶ୍ଵରରେ ଚାଲିଛି, ଯାହାର ନାଁ ଅଛି ଅନ୍ନପୂର୍ଣ୍ଣା ଯୋଜନା। ଏଠାରେ ଟଙ୍କାଏ ଦେଲେ ମିଳୁଚି ପେଟ ପୂରା ଖାଇବା। ପ୍ରତ୍ୟେକ ମାସ ଶେଷ ସୋମବାରରେ ଚାଲିଛି ଏଭଳି ଖାଦ୍ୟ ଦାନ। ତେବେ ଏହାକୁ କୌଣସି ସରକାର ଦେଉ ନାହାନ୍ତି ବରଂ ବାଲେଶ୍ଵର ଯୁବ ଶକ୍ତି ସଙ୍ଗଠନ ଦ୍ଵାରା ଏହା ଆରମ୍ଭ କରାଯାଇଛି।

Advertisment


ଏହି ଯୋଜନାରେ ମାତ୍ରା ଟଙ୍କାଟିଏ ଦେଲେ ଖାଇବାକୁ ମିଳୁଛି ଭାତ, ଡାଲି, ଘାଣ୍ଟ ଓ ଖଟା। ଆଉ ସବୁଠାରୁ ବଡ କଥା ହେଲା ସେହି ଏକ ଟଙ୍କା ବି ଗୋ ସେବା ପାଇଁ ନିୟୋଜିତ କରାଯାଉଛି ବୋଲି କହିଛନ୍ତି ବାଲେଶ୍ଵର ଯୁବ ଶକ୍ତି ସଙ୍ଗଠନର ସଦସ୍ୟ।

Balasore Social Service
Advertisment
Advertisment