Advertisment

ହାଜର ହେଲେ ନିଲମ୍ୱିତ କର୍ମଚାରୀ ମଞ୍ଜୁଶା ଓ ଜୟନ୍ତୀ

ନୋଟିସ୍‌ ମୁତାବକ ଆଜି ଅପରାହ୍ନରେ ନିଲମ୍ବିତ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥଙ୍କ ସମେତ ଅନ୍ୟମାନେ ହାଜର ହୋଇଥିଲେ। ସେହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ନାନା ପ୍ରଶ୍ନ ପଚାରିଥିଲେ।

author-image
Manoranjan Sial

କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ମାମଲାରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମିଶାଇ ୮ ଜଣଙ୍କୁ ହାଜର ପାଇଁ ନୋଟିସ୍‌ ହୋଇଥିଲା। ନୋଟିସ୍‌ ମୁତାବକ ଆଜି ଅପରାହ୍ନରେ ନିଲମ୍ବିତ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥଙ୍କ ସମେତ ଅନ୍ୟମାନେ ହାଜର ହୋଇଥିଲେ। ସେହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ସେହି ସମୟରେ ଉତ୍ତର ଦେବା ପରିବର୍ତ୍ତେ ଫଁ ଫଁ ହୋଇଥିଲେ ନିଲମ୍ୱିତ କର୍ମଚାରୀ।

Advertisment
KIIT KIIT University
Advertisment
Advertisment