Advertisment

ଏଣିକି ଅନଲାଇନରେ ବୁକିଂ କରିହେବ ଆମ୍ବୁଲାନ୍ସ

ଆପଣ ଯଦି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆମ୍ବୁଲାନ୍ସ ଯୋଗାଡ଼ କରିବା ଅତି ସହଜ ହୋଇଯିବ । ଅଟୋ କିମ୍ବା ଟ୍ୟାକ୍ସି ଭଳି ଏଣିକି ଯେକୌଣସି ସ୍ଥାନରୁ ସ୍ୱତନ୍ତ୍ର ମୋବାଇଲ ଆପରେ ଅତି ସହଜରେ ବୁକ୍ କରିହେବ ଆମ୍ବୁଲାନ୍ସ ।

author-image
Santosh Kumar Sahoo

ଏଣିକି ଆପଣଙ୍କ ହାତ ମୁଠାରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା। ଆପଣ ଯଦି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆମ୍ବୁଲାନ୍ସ ଯୋଗାଡ଼ କରିବା ଅତି ସହଜ ହୋଇଯିବ। ନୂଆ ସରକାରଙ୍କ ନୂଆ ଓଡ଼ିଶା ଯାତ୍ରୀ ଆପରୁ ଅନଲାଇନରେ ପାଇବେ ଆମ୍ବୁଲାନ୍ସ ସେବା। ସେ ସରକାରୀ ହେଉ କି ଘରୋଇ ଆମ୍ବୁଲାନ୍ସ, ରୋଗୀ ଏବଂ ସଂପର୍କୀୟଙ୍କୁ ଏହି ସେବା ଯୋଗାଇ ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ଫଳରେ ଦଲାଲ୍ ମୁକ୍ତ ହେବା ସହ ସୁଲଭ ଦରରେ ଲୋକେ ପାଇପାରିବେ ଆମ୍ବୁଲାନ୍ସ ସେବା।

Advertisment
Odisha Ambulance
Advertisment
Advertisment