Advertisment

ପୂରିଲାଣି କଣ୍ଟ, ଓଡ଼ିଶା ଛାଡ଼ୁନାହାନ୍ତି ସାରଦା

୩୫ ବର୍ଷ ହେଲା ବାହା ହୋଇ ବଲାଙ୍ଗୀରରେ ଅଛନ୍ତି। ମା ପାଇଁ ପୁଅ ବି ସରକାରଙ୍କ ନିକଟରେ ନେହୁରା ହୋଇଛନ୍ତି। ପରିବାରଠୁ ମାକୁ ଅଲଗା ନକରିବାକୁ ଅନୁରୋଧ କରିଛନ୍ତି।

author-image
Santosh Kumar Sahoo

ସାରଦାଙ୍କ ଆଖିରୁ ଲୁହ ଶୁଖୁନି। ଏବେ ବି କହୁଛନ୍ତି ପାକିସ୍ତାନରେ କିଏ ଅଛି ଯେ ସେ ଯିବେ। ସରକାର ଦେଇଥିବା ଡେଡଲାଇନ ପୁରିଗଲା। ସାରଦାଙ୍କ ପୁରା ପରିବାର ଭାରତୀୟ। ଏକା ସାରଦା ହିଁ ପାକିସ୍ତାନୀ। ପରିବାରର ସମସ୍ତଙ୍କୁ ଭାରତୀୟ ପାସପୋର୍ଟ ମିଳିସାରିଥିବା ବେଳେ ସାରଦା ଏକା ରହିଯାଇଛନ୍ତି। ହାତଯୋଡି ମୋଦି ସରକାରଙ୍କୁ ଅନୁରୋଧ କରୁଛନ୍ତି। ମୁଁ ଆପଣଙ୍କୁ ଗୁରୁ ବୋଲି ମାନୁଛି। ଦୟକରି ମୋତେ ଭାରତୀୟ କରିଦିଅନ୍ତୁ। ହେଲେ ସରକାରୀ ନୋଟିସ ପହଞ୍ଚିଥିଲେ ମଧ୍ୟ ସେ ଯାଇ ନାହାନ୍ତି। ୩୫ ବର୍ଷ ହେଲା ବାହା ହୋଇ ବଲାଙ୍ଗୀରରେ ଅଛନ୍ତି। ମା ପାଇଁ ପୁଅ ବି ସରକାରଙ୍କ ନିକଟରେ ନେହୁରା ହୋଇଛନ୍ତି। ପରିବାରଠୁ ମାକୁ ଅଲଗା ନକରିବାକୁ ଅନୁରୋଧ କରିଛନ୍ତି।

Advertisment
Odisha Pahalgam Terrorist Attack Pahalgam Attack
Advertisment
Advertisment