ରାଜ୍ୟରେ ମାଳ ମାଳ ଭୂତ ରାସନ କାର୍ଡ ହିତାଧିକାରୀ। ବର୍ଷ ବର୍ଷ ଧରି ଗଳା ବାଟରେ ଅଯୋଗ୍ୟ ହିତାଧିକାରୀ ନେଉଛନ୍ତି ଫାଇଦା। ନୂଆ ସରକାର ସ୍କାନରରେ ଏବେ ସେଇ ଭୂତ ହିତାଧିକାରୀ । ବିଧାନସଭା ପ୍ରଶ୍ନକାଳରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରଖିଥିବା ଉତ୍ତର ଆଖି ଖୋସିଲା ଭଳି । ରାଜ୍ୟରେ ଭୂତ ରାସନ କାର୍ଡ ଧାରୀ ସଂଖ୍ୟା ହେଲା ୧୬ ଲକ୍ଷ ୨୭ ହଜାର ୯୩୨ । ଏବେ ସୁଦ୍ଧା ଏମାନେ ଚିହ୍ନଟ ହୋଇଛନ୍ତି। ସରକାର ekyc ଲାଗୁ କରିବାକୁ ଯାଉଛନ୍ତି । ଯାହା ଫଳରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ ଆପେ ଆପେ କଟିଯିବ। ମୃତକଙ୍କ ନାଁ କୁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି।
Published By: Satyendu Shekher Mishra
Last updated: 31 July 2024, 09:47 PM IST
ନାବାଳିକା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଉଥିବା ବେଳେ ପୁରୀ ବଳଙ୍ଗା ଥାନାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବଳଙ୍ଗା ଥାନା ବାହାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି ନେତାମାନେ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ସହ ପ୍ରବଳ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।