Advertisment

ଓଡ଼ିଶାରେ ହେବ ସିଭିଲ ଡିଫେନ୍ସ ଡ୍ରିଲ୍

ଆରମ୍ଭ ହୋଇଗଲା କି ଯୁଦ୍ଧ ପ୍ରସ୍ତୁତି? ଯଦି ଯୁଦ୍ଧ ଭଳି ସ୍ଥିତି ହୁଏ ତେବେ କିଭଳି କରିବେ ଆତ୍ମରକ୍ଷା। କେମିତି ଧନ ଜୀବନ ଓ ପ୍ରତିରକ୍ଷା ଅନୁଷ୍ଠାନ, ବନ୍ଦର, ଶିଳ୍ପାଞ୍ଚଳକୁ ଦିଆଯିବ ସୁରକ୍ଷା?

author-image
Santosh Kumar Sahoo

ଆରମ୍ଭ ହୋଇଗଲା କି ଯୁଦ୍ଧ ପ୍ରସ୍ତୁତି? ଯଦି ଯୁଦ୍ଧ ଭଳି ସ୍ଥିତି ହୁଏ ତେବେ କିଭଳି କରିବେ ଆତ୍ମରକ୍ଷା। କେମିତି ଧନ ଜୀବନ ଓ ପ୍ରତିରକ୍ଷା ଅନୁଷ୍ଠାନ, ବନ୍ଦର, ଶିଳ୍ପାଞ୍ଚଳକୁ ଦିଆଯିବ ସୁରକ୍ଷା? ଏନେଇ କେନ୍ଦ୍ରର ନିର୍ଦ୍ଦେଶନାମା ପରେ ରାଜ୍ୟ ସରକାର ବି ତତ୍ପର। ମେ ୭ରେ ଦେଶବ୍ୟାପୀ ମକଡ୍ରିଲ ହେବ। ଓଡ଼ିଶାର ୧୨ ସ୍ଥାନରେ ହେବା ସୁରକ୍ଷା ଡ୍ରିଲ। ସମ୍ବେଦନଶୀଳ ସ୍ଥାନ ମକଡ୍ରିଲ ନେଇ ସୂଚନା ମିଳିଛି । କେଟାଗୋରି ୱାନ୍ ଅର୍ଥାତ୍ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସହର ମଧ୍ୟରେ ତାଳଚେର ଥିବା ବେଳ କେଟାଗୋରି ୨ ରେ ବାଲେଶ୍ବର, କୋରାପୁଟ, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା ରହିଛି । ସେହିପରି କେଟାଗୋରି ଥ୍ରୀରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି । ଏ ନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଅଲୋଚନା କରିଛନ୍ତି କେନ୍ଦ୍ର ଗୃହ ସଚିବ।

Advertisment
India Pakistan War Mock Drill Odisha
Advertisment
Advertisment