ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନ୍। ହସ୍ପିଟାଲ ଭିତରେ ଡାକ୍ତରଙ୍କ ସହ କୌଣସି ପ୍ରକାର ଦୁର୍ବ୍ୟବହାର କିମ୍ବା ଦୁର୍ଘଟଣା ରୋକିବାକୁ ନିର୍ଦ୍ଦେଶାବଳି ଆଣିଛି ସ୍ବାସ୍ଥ୍ୟ ବିଭାଗ । ତେବେ ଉଣା ଅଧିକ ସବୁ ହସପିଟାଲରେ ଭିତ୍ତିଭୂମିର ଅଭାବ ଓ ଆବଶ୍ୟକ କର୍ମଚାରୀ ନଥିବା ବେଳେ ନିର୍ଦ୍ଦେଶାବଳିର କିପରି ଅନୁପାଳନ ହେବ ତାକୁ ନେଇ ଉଠିଛି ପ୍ରଶ୍ନ। ଉପାନ୍ତ ମାଲକାନଗିରିରୁ କଟକ SCB ଓ କ୍ୟାପିଟାଲ୍ ହସପିଟାଲରେ ସ୍ଥିତି ପରଖିଛନ୍ତି ଆମ ପ୍ରତିନିଧି।
Published By: Satyendu Shekher Mishra
Last updated: 19 September 2024, 10:15 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।