Advertisment

Kashmir Terror Attack Victims: ପ୍ରଶାନ୍ତଙ୍କ ଭଉଣୀ ବଖାଣିଲେ ହୃଦୟଥରା କାହାଣୀ

ଗତକାଲି ପରଠୁ ଗୋଟିଏ ଫୋନ୍ କଲ୍ ଦୋହଲାଇ ଦେଉଛି, ଛାତି ଫଟାଇ ଦେଉଛି ପରିବାରକୁ, ଆତ୍ମୀୟ ସ୍ବଜନଙ୍କୁ । କିଏ ଜାଣିଥିଲା ଏଭଳି ରିଲ୍ସ କରୁ କରୁ ଏବଂ ଖୁସି ମଉଜ ଭିତରେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିବେ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ ।

author-image
Deviprasad Jena

କାଶ୍ମୀର ଉପତ୍ୟକାର ବରଫ ପାହାଡ଼ରେ ଯେଉଁ ୨୮ ଜୀବନ ଦୀପକୁ ଲିଭାଇ ଦେଇଥିଲେ ଧର୍ମାନ୍ଧ ଆତଙ୍କୀ, ତାରି ଭିତରେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କୁ ହରାଇ ଝୁରୁଛି ଓଡ଼ିଶା । ଯିଏ ଗୁଳିମାଡ଼ ପରେ ଘଣ୍ଟାଏ ଧରି ବଞ୍ଚିଥିଲେ । କିନ୍ତୁ କେହି ସହାୟତା କଲେନି ବୋଲି ଶେଷରେ ଆଖିବୁଜିଲେ । ଆଜି ପ୍ରଶାନ୍ତଙ୍କ ପାଇଁ କାନ୍ଦୁଛି ସାରା ବାଲେଶ୍ବର । ତେଣେ ଗୃହମନ୍ତ୍ରୀ ଅମିତ ଶାହ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ପ୍ରଶାନ୍ତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶ୍ରୀନଗରରେ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ବନା ଦେଇଛନ୍ତି । ଆଜି ଭୁବନେଶ୍ବର ଫେରୁଛି ପ୍ରଶାନ୍ତଙ୍କ ମରଶରୀର, ତାପରେ ବାଲେଶ୍ବର ଇସାଣୀ ଗାଁକୁ ନିଆଯାଇ ଶେଷକୃତ୍ୟ କରାଯିବ ।

Advertisment
Odisha Terror Activities Pahalgam Terrorist Attack
Advertisment
Advertisment