ଥାନା ଭିତରେ ଥାର୍ଡ ଡିଗ୍ରୀ
ଥାନାରେ ମାମଲା ରୁଜୁ ନ କରି ଯୁବକଙ୍କ ହାତ ଓ ଗୋଡରେ ବେଡି ପକାଇ ଦୁଇ ଦିନ ପର୍ଯ୍ୟନ୍ତ ରଖିଲେ । ଖୋଦ୍ ସାଂସଦ ଯାଇ ହସ୍ତକ୍ଷେପ କରିବା ସହ ଏସପିଙ୍କୁ ଭିଡିଓ କଲ୍ କରିବା ପରେ ଥାନାରୁ ମୁକୁଳିଲେ ଯୁବକ । ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନାରେ । ବାଇକ ଅଦଳ ବଦଳକୁ କେନ୍ଦ୍ର କରି ଭୋଗରାଇ ପୋଲିସ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳଙ୍କୁ ଥାନାରେ ଅଟକ ରଖିଥିଲେ । ତେବେ ଥାନାରେ କାର୍ତ୍ତିକଙ୍କ ଗୋଡ ଓ ହାତରେ ଲୁହା ବେଡି ପକାଇ ମାଡ ମାରିବା ନେଇ ତାଙ୍କ ସ୍ତ୍ରୀ ବିଜେପି ନେତା ଆଶିଷ ପାତ୍ରଙ୍କ ଠାରେ ଅଭିଯୋଗ କରିଥିଲେ । ଆଜି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ଆସିଥିବା ବେଳେ ଘଟଣା ସମ୍ପର୍କରେ ତାଙ୍କୁ ଜଣାଇଥିଲେ ଆଶିଷ ପାତ୍ର ।ଏହାପରେ ସାଂସଦ ଭୋଗରାଇ ଥାନାକୁ ଆସି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ । ପରେ ସେ ବାଲେଶ୍ୱର ଏସପିଙ୍କୁ ଭିଡିଓ କଲ୍ କରି ଲୁହା ବେଡିରେ ବନ୍ଧା ହୋଇଥିବା ଯୁବକଙ୍କୁ ଦେଖାଇ ହସ୍ତକ୍ଷେପ ଲୋଡିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)