ମିଶନ ଶକ୍ତି ପାଇଁ ସରକାର ଖୋଲିଲେ ହାତ । ମହିଳାମାନଙ୍କୁ ମିଳିବ ବଡ଼ ନିଯୁକ୍ତି । ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦେବେ ସରକାର । ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ । GPLF, ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେବା ସହ ମହିଳାମାନଙ୍କୁ ତୃଣମୂଳ ସ୍ତରରେ ନେତୃତ୍ବ ସୃଷ୍ଟି କରିବାକୁ ଚେଷ୍ଟା ହେବ ବୋଲି ସେ କହିଛନ୍ତି ।
Published By: Namita Biswal
Last updated: 08 April 2025, 11:42 AM IST
ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି ଇସ୍କନ ମନମାନୀ। ଦଶନ୍ଧି ଧରି ସ୍ନାନ ଓ ରଥଯାତ୍ରାକୁ ନେଇ ଶାସ୍ତ୍ରସମ୍ମତ ତିଥି ଓ ଅନନ୍ତ କାଳରୁ ଚାଲି ଆସିଥିବା ପରମ୍ପରାକୁ ବାରମ୍ବାର ଭାଙ୍ଗୁଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଦ୍ବିତୀୟ ତିଥିରେ ରଥଯାତ୍ରା ନେଇ ମହାପ୍ରଭୁଙ୍କ ମୁଖନିଃସୃତ ନିର୍ଦ୍ଦେଶ ରହିଛି। ଯାହା କଦାପି ଗ୍ରହଣୀୟ ନୁହେଁ।