Advertisment

ଦେଶରେ ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା

୨୦୨୬ ସୁଦ୍ଧା ୯୦ ପ୍ରତିଶତ ଘରକୁ ପହଞ୍ଚିବ ପିଇବା ପାଣି। 2025-26 ବର୍ଷରେ ୪୦ ହଜାର ସରକାରୀ ନିଯୁକ୍ତି। ଶିଳ୍ପର ହବ୍ ହେବ ଓଡ଼ିଶା। ଦୁର୍ନୀତି ବିରୋଧରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ।

author-image
Santosh Kumar Sahoo

ଚଳିତ ଆର୍ଥିକ ବର୍ଷରେ ଦିଆଯିବ 40 ହଜାର ସରକାରୀ ପଦବିରେ ନିଯୁକ୍ତି। ଆସନ୍ତା ବର୍ଷ ସୁଦ୍ଧା 90 ପ୍ରତିଶତ ଘରେ ପହଞ୍ଚିବ ପିଇବା ପାଣି। ବୈଷୟିକ ଆଉ ମେଡିକାଲ ଶିକ୍ଷାରେ ବି ପଛୁଆ ବର୍ଗକୁ ସଂରକ୍ଷଣ ନେଇ ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ନିଜ ସରକାରର ବର୍ଷ ପୂର୍ତ୍ତି ରିପୋର୍ଟ କାର୍ଡ ରଖିବା ବେଳେ ଏସବୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି, ନିର୍ବାଚନ ସଙ୍କଳ୍ପ ପତ୍ରରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ଭିଜନ୍ ଡକ୍ୟୁମେଣ୍ଟ ୨୦୩୬କୁ ସଫଳ କରି ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶାକୁ ରଖାଯିବ।

Advertisment
Odisha Mohan Majhi
Advertisment
Advertisment