Odisha
ପୁରୀ ବେଳାଭୂମିରେ ଖୋଲିବନି ମଦ କୁଡ଼ିଆ । ଖାଲି ମହୋଦଧୀ କୂଳ ନୁହେଁ ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନ୍ ବ୍ୟାନ୍ । ମହାପ୍ରଭୁ ଜଗନ୍ନାଥଙ୍କ ବିଜେସ୍ଥଳୀରେ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଦୃଷ୍ଟିକୋଣରୁ । ଓଡ଼ିଶା ଅବକାରୀ ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ନିଜେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି- ପୁରୀରେ ପର୍ଯ୍ୟଟନ ବିକାଶ ପାଇଁ ପୂର୍ବରୁ ବେଳାଭୂମୀରେ ମଦ କୁଡ଼ିଆ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଇକୋ- ରିଟ୍ରିଟ୍ ସ୍ଥଳରେ ଏହାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ଏବେ ସେ ନିଷ୍ପତ୍ତି ବଦଳିଛି । ତେବେ ଖାଲି ପୁରୀ ନୁହେଁ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଧର୍ମାନୁଷ୍ଠାନର ୫ କିଲୋମିଟର ପରିଧି ଭିତରେ ମଧ୍ୟ ମଦ କୁଡ଼ିଆ ନଖୋଲିବାକୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)