କ୍ଷେତରେ ହସୁଛି ଲାଲ୍ ଟହ ଟହ ଷ୍ଟ୍ରବେରୀ
କ୍ଷେତରେ ହସୁଛି ଲାଲ୍ ଟହ ଟହ ଷ୍ଟ୍ରବେରୀ । ସତେ ଯେମିତି ଲାଲ୍ ଟୁକୁଟୁକୁ ସାଧବ ବୋହୂ । ପେନ୍ଥା ପେନ୍ଥା ହୋଇ ବିଛେଇ ହୋଇ ପଡ଼ିଛି କ୍ଷେତରେ । ଯିଏ ଦେଖୁଛି ତା ମନ ପୁରି ଯାଉଛି l ଏକର ଏକର ଚାଷ ଜମିରେ ନାଲି ନାଲି ଦିଶୁଥିବା ଏହି ଫଳଟି ଏବେ ଚାଷୀଙ୍କୁ ଯୋଗାଉଛି ପ୍ରେରଣା । ଯାହାକୁ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦେଇପାରିଛନ୍ତି ସଫଳ ଚାଷୀ ରାମ ଚନ୍ଦ୍ର ସାହୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)