Advertisment

'କଡ଼ା ମିଜାଜ୍ ନୁହେଁ, ଲୋକଙ୍କୁ ଦେଖାଅ ଉତ୍ତମ ବ୍ୟବହାର'

କଡ଼ା ମିଜାଜ୍ ନୁହେଁ, ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଅ । ନ୍ୟାୟ ପାଇଁ ଆସୁଥିବା ଲୋକଙ୍କୁ ହଇରାଣ ହରକତ ନକରି, ତୁରନ୍ତ ନ୍ୟାୟ ଦିଅ । ରାଜ୍ୟ ଗୃହ ବିଭାଗର ସମୀକ୍ଷା ବେଳେ ଏଭଳି ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

author-image
Santosh Kumar Sahoo

ରାଜ୍ୟ ପୋଲିସକୁ ନୂଆ ସିଏମଙ୍କ କଡ଼ା ନିର୍ଦ୍ଦେଶ । ଜନସାଧାରଣଙ୍କୁ ଦିଅ ତ୍ବରିତ ନ୍ୟାୟ । ନ୍ୟାୟ ପାଇଁ ଥାନାକୁ ଆସୁଥିବା ବ୍ୟକ୍ତିଙ୍କୁ ନିରାଶ କରନାହିଁ । ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରି ଏଭଳି କଡ଼ା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୟ ଦିନ ୧୧ଟା । ସିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ପହଞ୍ଚିଥିଲେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସମେତ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ଆରକେ ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ । ଏହାପରେ ଏହି ବଛା ବଛା ଅଫିସରଙ୍କ ସହ ଆଇନଶୃଙ୍ଖଳା ସ୍ଥିତି ଉପରେ ହୋଇଥିଲା ମାନସ ମନ୍ଥନ। ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ପୋଲିସ କିଭଳି ଗୁଣାତ୍ମକ ସେବା ଯୋଗାଇ ପାରିବ, ତା’ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment
Chief Minister Odisha Police Mohan Charan Majhi
Advertisment
Advertisment