Advertisment

ଅଚ୍ୟୁତ ସାମନ୍ତଙ୍କୁ ଲାଗିଲା NHRC ଛାଟ!

କିଟ୍ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନ।ଘଟଣା ପରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଚିବସ୍ତରୀୟ କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କଲେ। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଏକାଧିକ କିଟ୍ କର୍ମଚାରୀଙ୍କ ବୟାନ ରେକର୍ଡ କଲେ। ହେଲେ ସେଇଠି ଯେମିତି ଅଟକି ଯାଇଛି ସବୁକିଛି।

author-image
Santosh Kumar Sahoo

ବଢ଼ିଲା କିଟ୍ ଅଡ଼ୁଆ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଲାଗିଲା NHRC ଛାଟ! ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ସରଜମିନ ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ। ଏକାଧିକ ପିଟିସନ ଦାଖଲ ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଡିଜି ଇନ୍‌ଭେଷ୍ଟିଗେସନ ଓ ଲ’ ରେଜିଷ୍ଟ୍ରାରଙ୍କୁ NHRCଙ୍କ ନିର୍ଦ୍ଦେଶ। NHRC ଇନଭେଷ୍ଟିଗେସନ ବିଭାଗର ଜଣେ SSP ରାଙ୍କ ଅଧିକାରୀଙ୍କ ସମେତ ୩ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ କୁହାଯାଇଛି। ସମସ୍ତ ଘଟଣାର ଯାଞ୍ଚ ସାରି ମାର୍ଚ୍ଚ ୧୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି NHRC। 

Advertisment
NHRC Achyuta Samanta KIIT University
Advertisment
Advertisment