ନବୀନଙ୍କୁ ଭରସା କରୁଥିଲେ ଦିପାଳୀ
ନବ ଦାସ ହତ୍ୟା ଘଟଣାର ପ୍ରକୃତ ଦୋଷୀ ଗୋପାଳ ନୁହେଁ । ଗୋପାଳକୁ ମୋହରା କରି ନବଙ୍କୁ ହତ୍ୟା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କିଛି ନୁଆ ତଥ୍ୟ ଦେଇଛନ୍ତି କି ଦିପାଳୀ ଓ ତାଙ୍କ ପରିବାର । ଦୁଇ ବର୍ଷ ଧରି ଭୟରେ ଓ ଚାପରେ ଚୁପ ଥିଲେ ଦିପାଳୀ। ମୁଖ୍ୟମନ୍ତ୍ରୀଙ୍କ ଭରସା ପରେ କିଛି କହିବାକୁ ସାହସ ପାଇଲେ କି?ନବଙ୍କ ପରିବାର ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ମନ୍ତବ୍ୟକୁ ନେଇ ଏଭଳି କିଛି ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଦିପାଳୀ ସି ବିଆଇ ତଦନ୍ତ ପାଇଁ କହିବା, ପରୋକ୍ଷରେ ତାଙ୍କର କ୍ରାଇମବ୍ରାଞ୍ଚ ତଦନ୍ତ ଉପରୁ ଭରସା ଉଠିଯାଇଥିବା ଜଣା ପଡିଛି। ହେଲେ ସେ ମୁଖ୍ୟମନ୍ତ୍ରୀ ଓ କ୍ରାଇମବ୍ରାଞ୍ଚକୁ ଏମିତି କିଛି ତଥ୍ୟ ଦେଇଛନ୍ତି ଯାହା ତଦନ୍ତର ଦିଗକୁ ବଦଳାଇବ ନିଶ୍ଚିନ୍ତ। କୌଣସି ଏକ ପରିସ୍ଥିତିରେ ପଡି ଦିପାଳୀ ସେତେବେଳେ ଚୁପ ଥିଲେ। ଆଉ ଏବେ ତଦନ୍ତକାରୀ ଅଫିସର ବଦଳିବା ପରେ କିଛି ନୁଆ ତଥ୍ୟ ଦେଇ ଥାଇପାରନ୍ତି ଦିପାଳୀ । ଯାହାକୁ ନେଇ ତଦନ୍ତର ଦିଗ ବଦଳିଯାଇପାରେ ବୋଲି ବିରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)