Student Protest
ବୟସ ସାନ, ବୁଦ୍ଧି ବି କମ୍ । ହେଲେ ଦାବି ହାସଲ ଲାଗି ଆନ୍ଦୋଳନର ତରିକା ବୟସ୍କ ଓ ବୁଦ୍ଧିମାନଙ୍କଠୁ ବି ଅଧିକ । ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପାଣି ପିଆଇଦେଲେ । ପିଲାଙ୍କ ସହ କାଦୁଅ ପଚ୍ ପଚ୍ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର । କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ତ୍ରିଶୁଳିଆ-ବାରଙ୍ଗ ମୁଖ୍ୟ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଫୁଲପୋଖରୀ ଛକରେ ଏମିତି ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଫୁଲପୋଖରୀ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)