ରାସନ୍ ଚାଉଳ ପାଇଁ ଆଉ ଡିଲର୍ ପାଖକୁ ଯିବାକୁ ପଡିବନି। ସୁଇଚ୍ ଟିପିଲେ ମେସିନରୁ ବାହାରିବ ଚାଉଳ । ଆଉ ଖାଉଟିଙ୍କୁ ନାଲି ଆଖି ଦେଖେଇ ପାରିବେନି ଡିଲର। ବନ୍ଦ ହେବ ରାସନ ଚାଉଳ ବାଟ ମାରଣା। ପିଡିଏସ୍ ଦୁର୍ନୀତି ରୋକିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ। ଆରମ୍ଭ ହେଲା ଚାଉଳ ଏଟିଏମ୍। ଦେଶରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଉଦଘାଟନ ହୋଇଛି ଷ୍ଟାଣ୍ଡ୍ । ଏଲନ୍ ଚାଉଳ ଏଟିଏମ୍ । ମଞ୍ଚେଶ୍ୱର ଚାଉଳ ଗୋଦାମଠାରେ ଏହି ଏଟିଏମ୍କୁ ଉଦ୍ଘାଟନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
Published By: Satyendu Shekher Mishra
Last updated: 08 August 2024, 10:40 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।