ଓଡ଼ିଶାରେ ସୁନା, ଖୋଳାଯିବ ଖଣି !
ଓଡ଼ିଶାରେ ପୁଳାପୁଳା ସୁନାଖଣି ! ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଲାଣି ସନ୍ଧାନ । ସରିଲାଣି ସର୍ଭେ । ତେବେ ଏବେ ଖାଲି ଅପେକ୍ଷା ବୈଷୟିକ କମିଟିର ସୁପାରିସକୁ । ଓଡ଼ିଶାର ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣି ଠାବ ହୋଇଛି । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, ଅନୁସନ୍ଧାନକାରୀ ସଂସ୍ଥାମାନେ ସୁନାଖଣି ସମ୍ପର୍କରେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବେ । ପରେ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସେପଟେ ଗୃହରେ ମନ୍ତ୍ରୀଙ୍କ ଏହି ବିବୃତିକୁ ନେଇ ସ୍ଥାନୀୟ ବାସିନ୍ଦା ଖୁସି ଜାହିର କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)